୨୮ ହଜାର ବର୍ଷ ପୂର୍ବର ମଣିଷ କେମିତି ଥିଲା ( ଐତିହାସିକ ଅନ୍ଵେଷଣ -2 )

 ଲଣ୍ଡନ : ଆଦି ମାନବର କ୍ରମ ବିବର୍ତନ ଦୂଆରା ଆଧୂନିକ ମଣିଷ ର ସୃଷ୍ଟି ହୋଇଥିଲା ବୋଲି ଆମେ ଇତିହାସରେ  ପଢିଛୁ | କ୍ରମ ବିବର୍ତ୍ତନ ପ୍ରକ୍ରିୟା ପାଇଁ ଯୁଗ ଯୁଗ ଲାଗୁଥିଲା ବୋଲି ଐତିହାସିକ ମାନେ ମତ ଦେଇଥିଲେ | ନିକଟରେ ଏହା ମିଥ୍ୟା ପ୍ରମାଣିତ ହୋଇଛି | ଯୁଗ ଯୁଗ ନୁହେ ମାତ୍ର ୨୮ ହଜାର ବର୍ଷ ପୂର୍ବେ ଦୁନିଆର ଆଦିମାନବ ବାସ କରୁଥିଲା ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି | ଦକ୍ଷିଣ ୟୋରୋପରେ ସେମାନେ ଆଧୁନିକ ମଣିଷ ସୃଷ୍ଟିହେବା ପରେ ମଧ୍ୟ ବାସ କରୁଥିଲେ | ସେମାନେ ଧାରୁଆ ଅସ୍ତ୍ରକୁ ଶିକାର କରିବାପାଇଁ ବ୍ୟବହାର କରୁଥିଲେ | ପ୍ରାୟ ୪୦୦୦ ବର୍ଷ ପର୍ଯ୍ୟନ୍ତ ଉଭୟ ଆଧୁନିକ ମଣିଷ ଓ ଆଦି-ମାନବ ଏକା ସଙ୍ଗେ ବାସ କରୁଥିଲେ | ଲଣ୍ଡନର ଜିବ୍ରାଲଟାର ମ୍ୟୁଜିୟମ ର ପ୍ରୋଫେସର କ୍ଲାୟଭ ଫିନଲାଏସନ ଏହା ପ୍ରକାଶ କରିଛନ୍ତି |

Old Human

ଆଦି ମାନବକୁ ଆଧୁନିକ ମଣିଷର ପୂର୍ବପୁରୁଷ ବୋଲି ବିବେଚନା କରାଯାଉଛି | ସେମାନେ ୟୋରୋପ, କେନ୍ଦ୍ର ଓ ପଶ୍ଚିମ ଏସିଆରେ ବସ କରୁଥିଲେ| ଇତିହାସ ପୁସ୍ତକରେ ଆଦି ମାନବକୁ ବିକୃତ ଅକାରରେ ଚିତ୍ରିତ କରାଯାଇଛି | ତେବେ ସେମାନେ ସାମାଜିକ ଜୀବଭାବେ ଜୀବନଯାପନ କରୁଥିଲେ | ପଶୁ ଚମଡା କୁ ପୋଷାକ ଭାବେ ବ୍ୟବହାର କରୁଥିଲେ | ସେମାନେ ପଶୁପାକ୍ଷୀର ମାଂସକୁ ଖାଦ୍ଯ ରୂପେ ଗ୍ରହଣ କରୁଥିଲେ | କେବଳ ମାଂସାଶୀ ପ୍ରାଣୀଙ୍କୁ ସେମାନେ ଖାଉ ନ’ଥିଲେ ଫଳମୂଳ କୁ ମଧ୍ୟ ଖାଦ୍ଯ ଭାବେ ବ୍ଯ୍ବହାର କରୁଥିଲେ | ଲଣ୍ଡନର ଗୋରହାମସ ଗୁମ୍ଫା ଖନନ ବେଳେ ଆଦି ମାନବର ଜୀବାଶ୍ମ ମିଳିଥିଲା | ଗୁମ୍ଫାରୁ ମିଳିଥିବା କୋଇଲକୁ ନେଇ ବୈଜ୍ଞାନିକମାନେ ଜାରି ରଖିଛନ୍ତି | 

ଗବେଷଣାରୁ ବହୁତ ତଥ୍ୟ ମଧ୍ୟ ଜଣାପଡିଛି ଯେ,ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ପ୍ରକାରର ପଥର ତିଆରି ହାତ ହତିଆର ମିଳିଥିଲା | ଏହି ହାତିଆର ଗୁଡିକ ପୁରାତନ ପ୍ରସ୍ତର ଯୁଗର ହାତିଆର ଠାରୁ ଅଧିକ ମସୃଣ, ମୁନିଆ ଓ ଧାରୁଆ | ଏହି ସମୟରେ ଖାଲି, ଶିଳ-ଶିଳପୁଆର ବ୍ୟବହାର ଆରମ୍ଭ କରାଯାଇଥିଲା | ଏହା ଖାଦ୍ଯ-ଶସ୍ଯ କୁ କୁଟିବା, ଛେଚିବା ଆଦି କାମରେ ଲଗାଯାଉଥିଲା | ହଜାର ହଜାର ବର୍ଷପରେ ଏବେ ବି ଏହାର ବ୍ୟବହାର ଦେଖିବାକୁ ମିଳେ | ବିଭିନ୍ନ ପ୍ରକାର ମାଟି ତିଆରି ପାତ୍ର ମଧ୍ୟ ଦେଖିବାକୁ ମିଳେ |

  କେତେକ ପଥର ତିଆରି ହତାହତିଆର କୁ ପଶୁର ମାଂସ ବ ହାଡ କାଟିବା ପାଇଁ ଲୋକମାନେ ବ୍ୟବହାର କରୁଥିଲେ ଗଛର ବକଳ ଛଡାଇବା, ପଶୁର ଚମସ ଉତ୍ତାରିବା, ମଞ୍ଜିକୁ ଭାଙ୍ଗିବା , ଶସ୍ଯଗୁଡିକୁ କୁଟିବା, ମୂଳ ତଡିବା ଇତ୍ୟାଦି କାମରେ ମଧ୍ୟ ପଥର ତିଆରି ହତିଆରର ବ୍ୟଭର ହେଉଥିଲା |

 

ପରିବର୍ତ୍ତିତ ପରିବେଶ :   

                                                  ଆଜକୁ ପ୍ରାୟ ୧୨୦୦୦ ବର୍ଷପୂର୍ବେ, ପୃଥିବିର ପରିବେଶରେ ଅଭୂତପୂର୍ବ ପରିବର୍ତ୍ତନ ଆସିଲା | ଏହାର ଜଳବାଯୁ ଅପେଖ୍ୟାକୃତ ଅଧିକ ଉଷ୍ଣ ହେଇଗଲା | ଫଳତଃ ଅନେକ ଅଞ୍ଚଳରେ ବିଭିନ୍ନ ପ୍ରକାର ଘାସ ଜନ୍ମ ନେଲା | ଏହି ତୃଣଭୂମି ତୃଣଭୋଜୀ ପଶୁମାନଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହେଲା | ଫଳରେ, ହରିଣ, ଛେଳି, ମେଣ୍ଢା, ଗାଈଗୋରୁ ଆଦି ଅନେକ ଜୀବ ସୃଷ୍ଟି ହେଲେ | ପୁଣି ଏମାନଙ୍କୁ ଖାଦ୍ଯ ଭାବରେ ଗ୍ରହଣ କରୁଥିବା ବାଘ, ସିଂହ, ଗଧିଆ, ଇତ୍ୟାଦି ଜୀବମାନେ ଏମାନଙ୍କୁ ଅନୁସରଣ କଲେ | ତୃଣଭୋଜୀଙ୍କ ଖାଦ୍ଯ ଗ୍ରହଣ, ବସବାସ ଓ ବଂଶବୃଦ୍ଧି କରୁଥିବା ସ୍ଥାନରେ ମାଂସାଶୀ ପ୍ରାଣୀମାନେ ଜଗିରହିଲେ, ହୁଏତ ଏଥିରୁ ଆଦିମାନବ ଏହି ତୃଣଭୋଜୀ ପଶୁମାନଙ୍କୁ ଧରିରଖି ପାଳିବାକୁ ଆରମ୍ଭ କଲେ | ପଶୁପାଳନ ଆରମ୍ଭହେଲା | ମଣିଷ ତାହାର ଇଚ୍ଛା ଅନୁସାରେ ମାଂସ ପାଇପାରିଲା | ଅବଶ୍ୟ ସେତେବେଳେ ମାଛଧରିବା ମଧ୍ୟ ଆରମ୍ଭ ହୋଇଥିଲା |

Leave a Reply

Your email address will not be published.