ଚାଲନ୍ତୁ ଜାଣିବା ବେଙ୍ଗର ସୃଷ୍ଟି ( ଐତିହାସିକ ଅନ୍ଵେଷଣ – ୧ ), କେମିତି ସୃଷ୍ଟି ହୋଇଥିଲା ବେଙ୍ଗ
ପ୍ରାୟ ୪୦୫୦୦୦୦୦୦ ବର୍ଷ ତଳର କଥା | ସେ ସମୟ କୁ ବୈଜ୍ଞାନିକମାନେ ଡେଭୋନିଆନ ଯୁଗ ବୋଲି କହନ୍ତି | ସେଇ ଯୁଗ ରେ ପାଣି ଭିତରେ ଲୋବେ-ଫିନସ ନାମକ ଏକ ଜାତିର ମାଛ ବସ କରୁଥିଲେ | ଆଜିକାଲି କଉ ଗଡିଶ ଓ ଚେଙ୍ଗମାଛ ଇତ୍ୟାଦି ପାଣିରୁ ବାହାରି ଶୁଖିଲାରେ ଡେଇଁ ଡେଇଁ ଅନ୍ୟ ପାଣିଜାଗାକୁ ଗଲା ପରି , ସେ କାଳରେ ବି ସେଇ ଲୋବେ-ଫିନସ ମାଛମାନେ ପାଣିରୁ ବାହାରି ଏଣେତେଣେ ଡେଇଁ ଡେଇଁ ଅନ୍ୟ ଜାଗାରେ ପାଣି ଖୋଜୁଥିଲେ |ସମୁଦ୍ର ରୁ ବାହାରି ନଦୀନାଳ ଖଳଖମାରେ ପଶୁଥିଲେ | ସେମାନେ ଏମିତି ଡେଇଁ ଡେଇଁ ବହୁସମୟ ଶୁଖିଲା ଭୁଇଁରେ ଦିନ କାଟୁଥିଲେ |

ଶୁଖିଲାରେ ବହୁତ ସମୟ କାଟୁଥିବାରୁ ସେମାନଙ୍କ ଶରୀର ଆଉ ମାଛପରି ରହିଲା ନାହିଁ | ସେମାନଙ୍କ ଶରୀରର ପରିବର୍ତନ ଘଟିଲା, ପାଣିରେ ଆଉ ନ ପହଂରିବାରୁ ସେମାନଙ୍କ ପେଟଟଳେ ଥିବା ଛାତି ତଳର ଦୁଇ ଡେଣା ଓ ମଳଦ୍ଵାର ପାଖରେ ଥିବା ଦୁଇଡେଣା କାଳକ୍ରମେ ଚାରୋଟି ଗୋଡରେ ପରିଣତ ହେଲା | ପାଣିରେ ଥିଲା ବେଳେ ଲୋବେ-ଫିନସ ମାଛର ଗାଲି ଥିଲା, ଏବେ ଶୁଖିଲାରେ ରହିବାରୁ ଗଲିସବୁ ଲୋପ ପାଇଗଲା | ସେ ସିଧାସିଧା ପବନରୁ ଅମ୍ଳଜାନ ଗ୍ରହଣ କଲା |

ଆଜିକାଲି ଆମେମାନେ ଦେଖୁଥିବା ବେଙ୍ଗ ପୂର୍ବକାଳର ଡେଭୋନିଆନ ବେଙ୍ଗମାନଙ୍କ ଠାରୁ ସମ୍ପୂର୍ଣ ଭିନ୍ନ | ଆଜିକାଲିର ବେଙ୍ଗମାନଙ୍କର ଅନେକ ପରିବର୍ତ୍ତନ ଘଟିଥିଲେ ମଧ୍ୟ ସେମାନେ ପୂର୍ବପରି ପାଣିବିନା ବଞ୍ଚିପାରନ୍ତି ନାହିଁ | ଯେହେତୁ ସେମାନେ ଲୋବେ-ଫିନସ ମାଛମାନଙ୍କ ଠାରୁ ସୃଷ୍ଟି ସେହେଥୁ ବର୍ତ୍ତମାନ ବି ପାଣି କୂଳରେ ରୁହନ୍ତି, ପାଣିରେ ଅଣ୍ଡା ଦିଅନ୍ତି | ଛୁଆବେଙ୍ଗ ବା ବେଙ୍ଗଫୁଲା ଠିକ ମାଛମାନଙ୍କ ପରି ପାଣିଭିତରେ ପହଁରି ମାଛର ଭ୍ରମ ସୃଷ୍ଟି କରେ, ବେଙ୍ଗଫୁଲାର ପେଟତଳେ ଥିବା ମାଛମାନଙ୍କ ସଦୃଶ୍ୟ ଚାରୋଟିଜକ ଡେଣା ଡେଣା ଆସ୍ତେ ଆସ୍ତେ ଗୋଡରେ ପରିଣତ ହୁଏ ଓ ଲାଞ୍ଜ ଅଦୃଶ୍ୟ ହୋଇଯାଏ | ବେଙ୍ଗଫୁଲା ପୂର୍ଣାଙ୍ଗ ପ୍ରାପ୍ତ ହୋଇ ବା ବେଙ୍ଗହୋଇ ହୁଡାକୁ ଉଠିଆସେ |

ବେଙ୍ଗମାନଙ୍କୁ ବୈଜ୍ଞାନିକ ଭାଷାରେ ଆମ୍ଫିବିୟାନ୍ସ ବୋଲି କୁହାଯାଏ | ଆମ୍ଫ ର ଅର୍ଥ ଉଭୟ ଓ ବୟୋନସ ର ଅର୍ଥ ଜୀବନ | ବେଙ୍ଗମାନେ ପାଣି ଓ ଶୁଖିଲା ଉଭୟରେ ଜୀବନ କାଟୁଥିବାରୁ ଆମେ ତାଙ୍କୁ ଉଭୟଚର ଜୀବ ବୋଲି କହୁ |